ମୁମ୍ଵାଇ ୦୬।୦୨; କଙ୍ଗନା ରାଣାୱତ ଜଣେ ମହାନ ଅଭିନେତ୍ରୀ। ଅଭିନୟ, ନିର୍ଦ୍ଦେଶନା ଦେବା ପରେ ଏବେ ବ୍ୟବସାୟରେ ପାଦ ଥାପିଛନ୍ତି ଅଭିନେତ୍ରୀ। ସେ ଏବେ ଏକ କାଫେ ଖୋଲିଛନ୍ତି। କଙ୍ଗନାଙ୍କ ଏହି କାଫେ ମନାଲିରେ ଅବସ୍ଥିତ। ସେ ଭାଲେଣ୍ଟାଇନ୍ସ ଡେର ବିଶେଷ ଅବସରରେ ଏହାକୁ ଉଦଘାଟନ କରିବେ। ଏନେଇ କଙ୍ଗନା ଏହା କନଫର୍ମ କରିଛନ୍ତି। ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ତାଙ୍କର ନୂଆ କାଫେର ଫଟୋ ମଧ୍ୟ ଅପଲୋଡ କରିଛନ୍ତି। କଙ୍ଗନାଙ୍କର ଏହା ବହୁତ ପୁରୁଣା ସ୍ୱପ୍ନ । ଯାହାକୁ ସେ ଶେଷରେ ପୂରଣ କରିଛନ୍ତି। ଏହି ବିଶେଷ ଅବସରରେ ସେ ଅନେକ ସେଲିବ୍ରିଟିଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି । ଯେଉଁଥିରୁ ପ୍ରଥମ ନାମ ହେଉଛି ଦୀପିକା ପାଦୁକୋନ।
କଙ୍ଗନା ନୂଆ କାଫେର ଝଲକ ଦେଖାଇଲେ
କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ନୂଆ କାଫେର ଭିଡିଓ ସେୟାର କରି କହିଛନ୍ତି ଆଜି ତାଙ୍କ ପିଲାଦିନର ସ୍ୱପ୍ନ ପୂରଣ ହୋଇଛି। ମୁଁ ହିମାଳୟର କୋଳରେ ଏକ କାଫେ ଖୋଲିଛି। ପାହାଡ଼ର ଏକ କାହାଣୀ, ଲଭ ଷ୍ଟୋରୀ । ଏହି ପୋଷ୍ଟ ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ଏହି କାଫେ ୧୪ ଫେବୃଆରୀ ଭାଲେଣ୍ଟାଇନ୍ସ ଡେ'ର ବିଶେଷ ଅବସରରେ ଖୋଲିବ ଏବଂ ସେ ସମସ୍ତଙ୍କୁ ସେଠାକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି।
ରେଷ୍ଟୁରାଣ୍ଟ ଖୋଲିବାର ସ୍ୱପ୍ନ ଦେଖିଥିଲେ କଙ୍ଗନା
ଏହି ପୋଷ୍ଟ ସହିତ, ଅଭିନେତ୍ରୀ ତାଙ୍କର ଏକ ପୁରୁଣା ସ୍ମୃତି ମଧ୍ୟ ସେୟାର କରିଛନ୍ତି। ଏଥିରେ ସେ ଦୀପିକା ପାଦୁକୋନ ଏବଂ ବିଦ୍ୟା ବାଲନଙ୍କ ସହ ଏକ ଟେବୁଲରେ ଦେଖିବାକୁ ମିଳିଛି। ଏହି ସମୟରେ, ଯେତେବେଳେ ଆଙ୍କର ତାଙ୍କୁ ପଚାରିଲେ ଯେ ସେ ଆଗାମୀ ୧୦ ବର୍ଷ ମଧ୍ୟରେ ନିଜକୁ କ'ଣ କରିବାକୁ ଚାହାଁନ୍ତି। ଏହା ଉପରେ ଦୀପିକା କହିଥିଲେ ଯେ ସେ ଯାହା କରୁଛନ୍ତି ତାହା କରିବେ। କଙ୍ଗନା ଏହାର ଉତ୍ତର ଦେଇଥିଲେ, “ମୁଁ ମୋର ନିଜର ଛୋଟ ରେଷ୍ଟୁରାଣ୍ଟ ଖୋଲିବାକୁ ଚାହୁଁଛି। ଯେଉଁଥିରେ ସାରା ବିଶ୍ୱର ମେନ୍ୟୁ ରହିବା ଉଚିତ। ମୁଁ ପ୍ରତ୍ୟେକ ସ୍ଥାନର ଖାଦ୍ୟ ଖାଇଛି ଏବଂ ପ୍ରତ୍ୟେକ ସ୍ଥାନର ରେସିପି ସ୍ୱତନ୍ତ୍ର। ମୁଁ ମୋର ନିଜର ଛୋଟ କାଫେ ଏରିଆ କରିବାକୁ ଚାହୁଁଛି।
କଙ୍ଗନାଙ୍କ ଠାରୁ ଏହା ଶୁଣି ଦୀପିକା କହିଲେ, "ମୁଁ ତୁମର ପ୍ରଥମ ଗ୍ରାହକ ହେବି।" ଏହି ପ୍ରତିଶ୍ରୁତିକୁ ମନେ ପକାଇ ଦେଇ କଙ୍ଗନା ପୋଷ୍ଟରେ ଦୀପିକା ପାଦୁକୋନଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, "ଯଦି ତୁମକି କିଛି ମନେ ଅଛି, ତେବେ ତାହା ମୁଁ କହିବି.. ଦୀପିକା, ତୁମେ ମୋର ପ୍ରଥମ ଗ୍ରାହକ ହେବା ଉଚିତ।"